ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ପଞ୍ଚମ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅତୀତର ବିପର୍ଯ୍ୟୟ ଅନୁଧ୍ୟାନ ଓ ସେଥିରୁ ଶିକ୍ଷା ଲାଭ କରିବା….

ପିଆଇବି , ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୪.୨୦୨୩ ) ପଂଚମ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀ ଆଇସିଡିଆରଆଇ-୨୦୨୩କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଡିଆରଆଇ ଏକ ବୈଶ୍ୱିକ ଦୃଷ୍ଟିକୋଣରୁ ଆସିଛି । କାରଣ ଏକ ଓତଃପ୍ରୋତ ଭାବେ ଜଡିତ ବିଶ୍ୱରେ ବିପର୍ଯ୍ୟୟର ପ୍ରଭାବ କେବଳ ଏକ ସ୍ଥାନୀୟ ସମସ୍ୟା ନୁହେଁ । ସେ ଦୃଷ୍ଟିରୁ “ଆମର ଆଭିମୁଖ୍ୟ ସମନ୍ୱିତ ହେବା ଉଚିତ ଏକାକୀ ନୁହଁ” ବୋଲି ସେ କହିଥିଲେ । ସେ କହିଥିଲେ ଯେ ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ବିକଶିତ ଓ ବିକାଶମୁଖୀ ବୃହତ୍ ଓ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧରୁ ୪୦ଟିରୁ ଅଧିକ ଦେଶ ସିଡିଆରଆଇର ଅଂଶ ବିଶେଷ ହୋଇପାରିଛନ୍ତି । ସରକାରଙ୍କ ବ୍ୟତୀତ ବୈଶ୍ୱିକ ଅନୁଷ୍ଠାନ, ଘରୋଇ କ୍ଷେତ୍ର ଓ ପ୍ରଭାବିତ କ୍ଷେତ୍ରର ବିଶେଷଜ୍ଞମାନଙ୍କର ଏଥିରେ ଯୋଗଦାନ ସମସ୍ତଙ୍କୁ ଅଧିକ ଉତ୍ସାହିତ କରିଛି ।

ଚଳିତବର୍ଷର ବିଷୟ ବସ୍ତୁ ‘ବିପର୍ଯ୍ୟୟ ନିରୋଧୀ ଓ ସାମଗ୍ରିକ ଭିତ୍ତିଭୂମି’ ପରିପ୍ରେକ୍ଷୀରେ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନେଇ ଅଗ୍ରାଧିକାର ଭିତ୍ତିରେ ଆଲୋଚନା କରିବାକୁ ସେ ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ “ଭିତ୍ତିଭୂମି କେବଳ ଲାଭ ପାଇଁ ନୁହେଁ ବରଂ ଏହା ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଆବଶ୍ୟକ । ଭିତ୍ତିଭୂମି କାହାରିକୁ ବାଦ ନ ଦେବା ସହ ଏପରିକି ଜଟିଳ ପରିସ୍ଥିତିରେ ମଧ୍ୟ ଜନସାଧାରଣଙ୍କ ସେବା କରିବା ଦରକାର । ସାମାଜିକ ଓ ଡିଜିଟାଲ ଭିତ୍ତିଭୂମି ପରିବହନ ଭିତ୍ତିଭୂମି ଭଳି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଭିତ୍ତିଭୂମିକୁ ସାମଗ୍ରିକ ଦୃଷ୍ଟିରୁ ବିବେଚନା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ତୁରନ୍ତ ରିଲିଫ ସହ ପ୍ରଧାନମନ୍ତ୍ରୀ ସ୍ୱାଭାବିକତା ଫେରାଇ ଆଣିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ । “ଭିତ୍ତିଭୂମି ଗୋଟିଏରୁ ଆଉ ଗୋଟିଏ ବିପର୍ଯ୍ୟୟ ମଧ୍ୟରେ ତିଆରି ହୋଇଥାଏ । ଅତୀତର ବିପର୍ଯ୍ୟୟ ଅନୁଧ୍ୟାନ ଓ ସେଥିରୁ ଶିକ୍ଷା ଲାଭ କରିବା ଏକମାତ୍ର ବାଟ ବୋଲି ସେ କହିଥିଲେ ।

ସ୍ଥାନୀୟ ଅଭିଜ୍ଞତାକୁ ବୁଦ୍ଧିମତାର ସହ ଭିତ୍ତିଭୂମି ନିର୍ମାଣରେ ଲଗାଇଲେ ତାହା ବିପର୍ଯ୍ୟୟର ସାମ୍ନା କରିପାରିବ । ଆଧୁନିକ ବୈଷୟିକ ଜ୍ଞାନ ସହ ସ୍ଥାନୀୟ ଅଭିଜ୍ଞତା ଖୁବ୍ ଉପଯୋଗୀ ହେବ । ଯଦି ଏହାକୁ ଉପଯୋଗ କରାଯାଏ ତେବେ ସ୍ଥାନୀୟ ଜ୍ଞାନ ଶ୍ରେଷ୍ଠ ବୈଶ୍ୱିକ ଉପଦେୟତା ସମ୍ପନ୍ନ ହେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କେତେକ ସାମଗ୍ରିକ ବିଷୟରେ ଅନ୍ତର୍ଭୁକ୍ତୀକରଣ  ସିଡିଆରଆଇର କେତେକ ପଦକ୍ଷେପ ଭାବେ ବିବେଚନା କରାଯାଇପାରେ ବୋଲି କହିବା ସହ ସେ କେତେକ ଦ୍ୱୀପାଞ୍ଚଳ ରାଷ୍ଟ୍ର ନିମନ୍ତେ ଏହି ପଦକ୍ଷେପ ବା ଆଇଆରଆଇଏସ୍ ଖୁବ୍ ଉପଯୋଗୀ ହୋଇଛି ବୋଲି ସେ କହିଥିଲେ । ଗତବର୍ଷ ଘୋଷିତ ଭିତ୍ତିଭୂମି ନମନୀୟତା ତ୍ୱରାନ୍ୱିତ ପାଣ୍ଠିର ସେ ଅବତାରଣା କରିଥିଲେ । ଏହି ୫୦ ନିୟୁତ ଡଲାର ପାଣ୍ଠି ବିକାଶମୁଖୀ ରାଷ୍ଟ୍ରଙ୍କ ମଧ୍ୟରେ ଅନେକ ଖୁସି ଆଣିଛି । ଏ ସମସ୍ତ ପଦକ୍ଷେପର ସଫଳତା ନିମନ୍ତେ ଆର୍ଥିକ ସମ୍ବଳ ପ୍ରଦାନ ଅଙ୍ଗୀକାରବଦ୍ଧତା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଭାରତରେ ଜି-୨୦ ଅଧ୍ୟକ୍ଷତାର ଅବତାରଣା କରି ପ୍ରଧାନମନ୍ତୀ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଗୋଷ୍ଠୀରେ ସିଡିଆରଆଇକୁ ଅନ୍ତର୍ଭୁକ୍ତ କରିବାକୁ କହିଥିଲେ । ଆପଣମାନେ ଏଠାରେ ଆଜି  ଖୋଜି ପାଇଥିବା ସମାଧାନ  ସୂତ୍ର ଉଚ୍ଚସ୍ତରୀୟ ବୈଶ୍ୱିକ ନିତି ନିର୍ଦ୍ଧାରଣରେ ସହାୟକ ହେବ । ନିକଟରେ ତୁର୍କୀ ଓ ସିରିୟାରେ ହୋଇଥିବା ଭୂକମ୍ପ ଓ ବିପର୍ଯ୍ୟୟ  ଭୟାବହତା ଦୃଷ୍ଟିରୁ ସିଡିଆରଆଇର ଗୁରୁତ୍ୱର ମହତ୍ୱ ଯଥେଷ୍ଟ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।