ପଞ୍ଜାବରେ ପଞ୍ଜାବ ବିଧାନସଭା ନିର୍ବାଚନ!

ଚଣ୍ଡିଗଡ଼: ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନି । ଅତିକମରେ ୬ ଦିନ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୪ ଫେବ୍ରୁଆରୀରେ ପଞ୍ଜାବରେ ମତଦାନ ହେବ ।

ସେହି ସମୟରେ ଶ୍ରୀ ଗୁରୁ ରବିଦାସ ଜୀଙ୍କର ଜୟନ୍ତି ଥିବାରୁ ଜାତି ଓ ଜନଜାତି ବର୍ଗର ଲୋକ ବନାରସ ଗସ୍ତରେ ଯିବେ । ସେହିପରି ଫେବ୍ରୁଆରୀ ୧୦ରୁ ୧୬ ଯାଏଁ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ହେବା ସହ ପାଖାପାଖି ୨୦ ଲକ୍ଷ ଲୋକ ଏଥିରେ ଯୋଗ ଦେବେ । ତେଣୁ ମତଦାନ ଘୁଞ୍ଚାଇବାକୁ ଚିଠି ଲେଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ।