ଦୀର୍ଘ ଦିନ ପରେ ସୋସିଆଲ ମିଡିଆକୁ ଫେରିଲେ ରାଜ୍‌

ନୂଆଦିଲ୍ଲୀ : ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲାରେ ଫସି ହୋଇ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁଦ୍ରା ପୁଣିଥରେ ସୋସିଆଲ ମିଡିଆକୁ ଫେରିଛନ୍ତି । ନିକଟରେ ତାଙ୍କୁ ଶିଳ୍ପାଙ୍କ ସହ ମନ୍ଦିର ଦର୍ଶନ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଅନ୍ୟପକ୍ଷରେ ପୂର୍ବରୁ ସେ ନିଜର ଆକାଉଣ୍ଟ ଡିଲିଟ କରିଥିବା ବେଳେ ଏବେ ସେ ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି ।

ସେ କେବଳ ଜଣଙ୍କୁ ଫଲୋ କରୁଛନ୍ତି । ଏପରିକି ସେ ଏହାକୁ ପ୍ରାଇଭେଟ୍‌ ରଖିଥିବା ନେଇ ଦେଖିବାକୁ ମଧ୍ୟ ମିଳିଛି ।