ଟେଷ୍ଟ ଅଧିନାୟକ ଛାଡିଲେ କୋହଲି

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ବ୍ରେକ ନେଲେ ବିରାଟ କୋହଲି । ଭାରତୀୟ ଦଳର ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କୋହଲି । ଏନେଇ ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି ଯେ ଗତ ୭ ବର୍ଷରେ ସେ କଠିନ ପରିଶ୍ରମ ବଳରେ ସେ ଦଳକୁ ଆଗକୁ ନେଇଛନ୍ତି । ଏହି ୭ ବର୍ଷରେ ଦଳ ଅନେକ ଉତଥାନ ଓ ପତନ ଦେଖିଛି । କିନ୍ତୁ କେବେ ମଧ୍ୟ ଉଦ୍ୟମ ଓ ବିଶ୍ୱାସ ହରାଇନାହାନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଟ୍‌ବେଣ୍ଟି ଟ୍‌ବେଣ୍ଟି ଫର୍ମାଟରୁ ମଧ୍ୟ ସେ ନିଜ ଆଡୁ ଇସ୍ତଫା ଦେଇଥିଲେ । ପରେ ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ବିଦା କରିଥିଲା ବିସିସିଆଇ । ସବୁ କାମର ଏକ ଶେଷ ଥାଏ ଓ ତାଙ୍କ ପାଇଁ ଟେଷ୍ଟ ଅଧିନାୟକ ପଦବୀ ଛାଡ଼ିବାର ସମୟ ଆସିଯାଇଛି । ସେହିପରି ସେ କହିଛନ୍ତି ଯେ, ମୋ ହୃଦୟ ନିର୍ମଳ ଅଛି, ଏଣୁ ମୁଁ ଟିମ ପ୍ରତି ବିଶ୍ୱସ୍ତତାକୁ ତ୍ୟାଗ କରିପାରିବି ନାହିଁ । ଅନ୍ୟପକ୍ଷରେ ସେ ପୂବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ପୂର୍ବତନ ଅଧିନାୟକ ଓ ୱିକେଟ କିପର ମହେନ୍ଦ୍ର ସିଂ ଧୋନୀ ଓ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଦେଇଛନ୍ତି ।