ଡିସେମ୍ବରରେ ଭାରତ ଆସିବେ ପୁଟିନ!

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଡିସେମ୍ବର ପ୍ରଥମ ସପ୍ତାହରେ ଭାରତ ଆସିପାରନ୍ତି । ଭାରତ ଓ ଋଷ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଡିସେମ୍ବର ୬ରେ ଭାରତ ଆସିପାରନ୍ତି ପୁଟିନ । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କିଛି ଚୁକ୍ତି ରାଜିନାମା ନେଇ କାର୍ଯ୍ୟକ୍ରମ ରହିଛି । ପୁଟିନ ଶେଷ ଥର ପାଇଁ ୨୦୧୮ରେ ଭାରତ ଆସିଥିଲେ । ଯଦି ପୁଟିନ୍‌ ଭାରତ ଆସନ୍ତି ତେବେ ଏହା ତାଙ୍କର ଦ୍ୱିତୀୟ ଗସ୍ତ ହେବ ।