ତାମିଲନାଡ଼ୁରେ ବର୍ଷା ବିତ୍ପାତ; ଦିଶୁନି ରାସ୍ତାଘାଟ

ଚେନ୍ନାଇ: ଲଗାଣ ବର୍ଷାରେ ଲଗାଣ ବର୍ଷାରେ ତାମିଲନାଡୁ ବେହାଲ । ବହୁ ଅଞ୍ଚଳରେ ବର୍ଷା ଜଳ ଜମି ରହିଥିବା ବେଳେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଜନସାଧାରଣ । ଲଘୁଚାପ ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ପାଣିଘେରରେ ରହିଛି ଶହ ଶହ ଗାଁ । ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଡ୍ରେନ ପାଣି ଲୋକଙ୍କ ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଛି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଚେନ୍ନାଇ ସମେତ ୨୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍‌ ଟିମ୍‌ ନିୟୋଜିତ କରାଯାଇଛ ।