ଆଜି କ୍ବାଲିଫାୟର ୨ରେ : ଗୁଜରାଟ-ମୁମ୍ବାଇ ଲଢେଇ

ଅହମ୍ମଦାବାଦ : ଟୁର୍ଣ୍ଣାମେଣ୍ଟରେ ୭୨ଟି ମ୍ୟାଚ୍‌ ଖେଳାଯାଇଛି। ଶେଷ ୨ଟି ମ୍ୟାଚ୍‌ ବାକିଅଛି। ଶୁକ୍ରବାର ବିଶ୍ବର ଏହି ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସ ଓ ସର୍ବାଧିକ ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ କ୍ବାଲିଫାୟର-୨ ମ୍ୟାଚ୍‌ ଖେଳାଯିବ।

ମଙ୍ଗଳବାର ପ୍ରଥମ କ୍ବାଲିଫାୟରରେ ଚେନ୍ନଇ ସୁପର କିଙ୍ଗ୍‌ସଠାରୁ ପରାସ୍ତ ହୋଇଥିବା ଗୁଜରାଟ ଟାଇଟାନ୍‌ସ ପାଖରେ ‌ଫାଇନାଲ ଖେଳିବାର ୨ୟ ସୁଯୋଗ ରହିଛି। ଅନ୍ୟପକ୍ଷରେ ଲିଗ୍‌ ପର୍ଯ୍ୟାୟରେ ୪ର୍ଥ ସ୍ଥାନରେ ରହି ବହୁ କଷ୍ଟରେ ପ୍ଲେଅଫ୍‌ରେ ପହଞ୍ଚିଥିବା ମୁମ୍ବାଇ ଇଣ୍ଡିଆନ୍‌ସ ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୮୧ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତକରି କ୍ବାଲିଫାୟର-୨ରେ ପହଞ୍ଚିଛି।