ମାର୍ଚ୍ଚ ୧୧ରେ ମୁକ୍ତିଲାଭ କରିବ ‘ରାଧେ ଶ୍ୟାମ’

ମୁମ୍ବାଇ : ସାଉଥ ଅଭିନେତା ପ୍ରଭାସ ଓ ବଲିଉଡ ଅଭିନେତ୍ରୀ ପୂଜାଙ୍କ ଅଭିନୀତ ଫିଲ୍ମ ରାଧେ ଶ୍ୟାମର ରିଲିଜ୍‌ ତାରିଖ ଘୋଷଣା ହୋଇଛି । ଏହି ଫିଲ୍ମ ମାର୍ଚ୍ଚ ୧୧ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଏନେଇ ରାଧେ ଶ୍ୟାମ ଟ୍ୱିଟର ପେଜ୍‌ରୁ ଏହି ସମ୍ପର୍କରେ ଏକ ଟ୍ୱିଟ୍‌ ହୋଇଛି । ଟ୍ୱିଟ୍‌ରେ ଲେଖାଯାଇଛି ଯେ ଏହି ଲଭ ଷ୍ଟୋରୀ ମାର୍ଚ୍ଚ ୧୧ରେ ସିନେମା ଘରକୁ ଆସିବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ରାଧେ ଶ୍ୟାମ୍‌ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ଦିନଠାରୁ ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଦେଇଥିଲା । ଏହି ଚଳଚ୍ଚିତ୍ରରେ ପ୍ରଭାସ ଷ୍ଟେରେଓଟିପିକାଲ୍‌ ପ୍ରେମୀ ବିକ୍ରମ ଆଦିତ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ ହାତ ଦେଖି ଲୋକଙ୍କ ଭବିଷ୍ୟତ କହିଦେଉଛନ୍ତି ।