ପାକିସ୍ତାନରେ ମିଳୁନି ପାରାସିଟାମଲ

ପେଶାୱାର : କାଙ୍ଗାଳ ପାକିସ୍ତାନରେ ମିଳୁନି ପାରାସିଟାମଲ । ଅନେକ ଫାର୍ମାସିସରେ ମଧ୍ୟ ଉପଲବ୍ଧ ହେଉନି ପାରାସିଟାମଲ ବଟିକା । ଫଳରେ କଳା ବଜାରୀରେ ବିକ୍ରି ହେଉଥିବା ଜଣାପଡିଛି । ଡ୍ରଗ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ପାକିସ୍ତାନର ଜଣେ ଅଧିକାରୀ କହିଛନ୍ତି ଯେ, ଗୋଟିଏ ପଟେ କରୋନା ସଂକ୍ରମଣ ବଢିବାରେ ଲାଗିଛି ଅନ୍ୟ ପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । ଏହି ସମୟ ଭିତରେ ପାରାସିଟାମଲ ବଟିକାର ଅଭାବ ପରିଲକ୍ଷିତ ହେଉଛି । ଫଳରେ ସେଠାକାର ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ୧୫ ଲାଇସେନ୍ସ ପ୍ରାପ୍ତ ଫାର୍ମାସିକୁ ସୋ କଜ୍‌ ନୋଟିସ୍‌ ଜାରି କରିଛି । ଯେଉଁମାନେ ପାରାସିଟାମଲ ଉତ୍ପାଦନ କରିବାରେ ବିଫଳ ହୋଇଛନ୍ତି । ସୂଚନାଥାଉକି ପାକିସ୍ତାନରେ ବର୍ତ୍ତମାନେ କୋଭିଡ ସଂକ୍ରମଣ ଦ୍ରୁତ ବେଗର ବଢିଚାଲିଛି । ଯାହା ପାକିସ୍ତାନର ଜାତୀୟ ପଜିଟିଭିଟି ରେଟ୍‌ ୯.୬୫ ପ୍ରତିଶତ ରହିଛି ।