ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଏନେଇ ଗୁରୁବାର ଏକ ଟ୍ୱିଟ୍ କରି ଭାରତର ଇତିହାସରେ ପ୍ରଥମ ଥର ଏଭଳି ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି ବୋଲି କହିଛନ୍ତି। ମୋଦି ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଦେଲେ ଟାର୍ଗେଟରେ କହିଛନ୍ତି।

ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଅନୁମାନ ହିସାବରେ, ୨୦୨୦ -୨୧ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଅର୍ଥାତ୍ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଆର୍ଥିକ ବିକାଶ ହାର ନକରାତ୍ମକ ରହିଛି। ୨ୟ ତ୍ରୟମାସରେ ଜିଡିପି ହାର -୮ .୬% ହ୍ରାସ ପାଇଛି। ତେବେ ମୋଦି ସରକାରଙ୍କ ନୋଟବନ୍ଦୀ, ଲକଡାଉନ, ଜିଏସଟି ସମେତ ଅନ୍ୟ ଅର୍ଥନୈତିକ ନିଷ୍ପତ୍ତିଗୁଡ଼ିକୁ ନେଇ ରାହୁଲ ଗାନ୍ଧି ଅନେକ ଥର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଆଉ ନୋଟବନ୍ଦୀର ୪ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ପୁଣି ଠାରେ ଟାର୍ଗେଟ କରି ଏହା ସରକାରଙ୍କ ଗରିବଙ୍କୁ ମାରିବା ଓ ବଡ଼ବଡ଼ିଆଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ବୋଲି ରାହୁଲ କହିଥିଲେ।