ଗଣଦୁଷ୍କର୍ମ ହୋଇନାହାନ୍ତି ମୃତ ହାଥରାସ ପୀଡିତା: ବ୍ୟବଚ୍ଛେଦ ରିପୋର୍ଟ

ନୂଆଦିଲ୍ଲୀ: ଉତ୍ତେରପ୍ରଦେଶ ହାଥରାସ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଯେଉଁଥିରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇ ନ ଥିବା ଉଲ୍ଲେଖ ଅଛି।

ରିପୋର୍ଟ ମୁତାବିକ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇ ନ ଥିବା ଦର୍ଶାଯାଇଛି।ରିପୋର୍ଟରେ ପୀଡ଼ିତାଙ୍କ ମେରୁଦଣ୍ଡ ଭାଙ୍ଗି ଦିଆଯାଇଥିବା ସହ ହତ୍ୟା କରିବା ପାଇଁ ତାଙ୍କ ବେକକୁ ବାରମ୍ବାର ଅଭିଯୁକ୍ତମାନେ ଚିପିବାକୁ ଚେଷ୍ଟା କରିଥିବା ଜଣା ପଡିଛି । ଏହା ସହ ବେକରେ ଅନେକ ଆଘାତ ଥିବା ଡାକ୍ତର କହିଛନ୍ତି ।ପୀଡିତା ନିଜକୁ ବଞ୍ଚାଇବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, ଯେଉଁ କାରଣରୁ ତାଙ୍କ ବେକର ହାଡ ମଧ୍ୟ ଭାଙ୍ଗି ଯାଇଛି। ତେବେ ପୀଡିତାଙ୍କ ମୃତ୍ୟୁର କାରଣ ଭିସେରା ରିପୋର୍ଟ ଆସି‌ଲେ ହିଁ ଜଣାପଡ଼ିବ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି।

ତେବେ ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ପୁଲିସ ସାମ୍ନାରେ ଯେଉଁ ବୟାନ ଦେଇ ଥିଲେ ସେହି ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଗୁଣଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଏବେ ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ହୋଇ ନଥିବା ଉଲ୍ଳେଖ ନ ଥିବାରୁ ଅଭିଯୁକ୍ତ ଖସି ଯାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।