ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିବ ବ୍ରେକ!

ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବର୍ତ୍ତମାନ ଦୁଇମାସ ଅତିକ୍ରମ….

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବର୍ତ୍ତମାନ ଦୁଇମାସ ଅତିକ୍ରମ କରିସାରିଲାଣି । ଏହାମଧ୍ୟରେ ଯୁଦ୍ଧ ରୋକିବାକୁ ମଧ୍ୟ ଅନେକ ଆଲୋଚନା ଓ ପ୍ରୟାସ କରାଯାଇଛି । ଆଉ ଏବେ ଯୁଦ୍ଧ ରୋବିବାକୁ ନେଇ ଏକ ବଡ ସୂଚନା ମିଳିଛି । ରୁଷ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବ କହିଛନ୍ତି ଯେ ରୁଷର ବିଜୟ ଦିବସ ପୂର୍ବରୁ ଯୁଦ୍ଧରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏହାର ଅର୍ଥ ମେ’ ୯ ପର୍ଯ୍ୟନ୍ତ ଜାରି ରହିବ । କିନ୍ତୁ ମେ’ ୯ରେ ଯୁଦ୍ଧ ସମାପ୍ତିକୁ ନେଇ ଘୋଷଣା ହୋଇପାରେ ।

ସୂଚନାଯୋଗ୍ୟ ଯେ ଦୁଇମାସ ବିତି ଯାଇଥିଲେ ମଧ୍ୟ ୟୁକ୍ରେନଠାରୁ ରୁଷ ଜିତିପାରି ନାହିଁ । ସୂଚନାଯୋଗ୍ୟ ଯେ, ଯେତେବେଳେ ଯୁଦ୍ଧ ଆରମ୍ଭ ହୋଇଥିଲା ୫/୬ ଦିନରେ ୟୁକ୍ରେନକୁ ହରାଇ ଦେବ ବୋଲି ରୁଷ ଭାବିଥିଲା । କିନ୍ତୁ ତାହା ଭୁଲ ସାବ୍ୟସ୍ତ କରିବା ସହ ୟୁକ୍ରେନ ସୈନିକ ଯୁଦ୍ଧ ଜାରି ରଖିଛନ୍ତି । ସେହିପରି ଏହି ଯୁଦ୍ଧ ଯୋଗୁ ରୁଷକୁ ଅନେକ କ୍ଷତି ସହିବାକୁ ପଡିଛି ।