ବ୍ୟବସାୟୀଙ୍କୁ ହାଣି ୩ଲକ୍ଷ ଲୁଟିନେଲେ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରୁ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରୁ ବ୍ୟବସାୟୀଙ୍କ ଠାରୁ ୩ଲକ୍ଷ ଲୁଟ ନେଇ ଅଭିଯୋଗ ହୋଇଛି । ଜିରାଳ ଗ୍ରାମର ଅଭିମନ୍ୟୁ ସାହୁ ଓ ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଏକ ପିକଅପ ଭ୍ୟାନ ଯୋଗେ ଜିନିଷ ଆଣିବା ପାଇିଁ କଟକ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଏକ ବାଇକରେ ଆସି ଗାଡିକୁ ଅଟକାଇ ଭୁଜାଲିରେ ଅଭିମନ୍ୟୁକୁ ଆକ୍ରମଣ କରିଥିଲେ । ଅଭିମନ୍ୟୁଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଡ୍ରାଇଭରଙ୍କୁ ମାଡ ମାରିବା ସହ ଏକ ବନ୍ଧୁକ ଦେଖାଇ ଭୟଭୀତ କରି ଏକ ବ୍ୟାଗରେ ଥିବା ୩ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ ।