ଆତଙ୍କୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ

ଟେଥାର୍କା ଜଙ୍ଗଲ ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା ବୋଲି ପୋଲିସ କହିଛି…..

ଶ୍ରୀନଗର : ଜମ୍ମୁ କାଶ୍ମୀରର ରାମବାନ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ରବିବାର ଚଢାଉ କରିଛି ସୁରକ୍ଷା ବାହିନୀ । ଏଠାରୁ ବହୁଳ ମାତ୍ରାରେ ମାରଣାସ୍ତ୍ର ଏବଂ ଗୁଳି ଜବତ ହୋଇଥିବା ପୋଲିସ କହିଛି । ସୁରକ୍ଷାବାହିନୀ ଓ ପୋଲିସ ଆତଙ୍କବାଦୀ ଜଙ୍ଗଲରେ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଗୁଲ ସବ ଡିଭିଜନର ସଙ୍ଗଲଡାନ ଅଞ୍ଚଳରେ ଥିବା ଟେଥାର୍କା ଜଙ୍ଗଲ ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା ବୋଲି ପୋଲିସ କହିଛି ।

ଆତଙ୍କବାଦୀ ଆଡ୍ଡା ସ୍ଥଳକୁ ପୋଲିସ ଠାବ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି । ଉକ୍ତ ସ୍ଥାନରୁ ବ୍ୟାରେଡ ଗ୍ରିନେଡ ଲଞ୍ଚର, ଚାଇନିଜ ପିସ୍ତଲ, ମାଗାଜିନ, ଛୁରୀ, ୪ଟି ଏକେ-୪୭ ରାଇଫଲ, ୧୯୮ଟି ଗୁଳି, ୬୯ମିମି ପିସ୍ତଲ ରାଉଣ୍ଡ, ବାଇନାକୁଲର, କ୍ୟାମେରା, ୱେରଲେସ ସେଟ ଆଦି ଆତଙ୍କବାଦୀ ଉପକରଣ ଜବତ କରିଛି ପୋଲିସ ଓ ସୁରକ୍ଷାବାହିନୀ ।