ପୁଣି ପୁଲିସ ସାମ୍ନାରେ ଜ୍ୟାକଲିନ

ଏହି ସମୟରେ ପୁଲିସ ତାଙ୍କୁ ୫୦ଟି ପ୍ରଶ୍ନ ପଚାରିଥିଲା……

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସାମ୍ନାରେ ପୁଣି ହାଜର ହୋଇଛନ୍ତି । ଏହାପୂର୍ବରୁ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୧୪ରେ ଜେରା କରାଯାଇଥିଲା । ୮ ଘଣ୍ଟା ଧରି ହୋଇଥିବା ଜେରାରେ ଜ୍ୟାକଲିନ ଖୁବ୍‌ ଚିନ୍ତିତ ଓ ଅସହଜ ନଜର ଆସୁଥିଲେ । ଏହି ସମୟରେ ପୁଲିସ ତାଙ୍କୁ ୫୦ଟି ପ୍ରଶ୍ନ ପଚାରିଥିଲା । ସେଥିରୁ କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିବାରୁ ପୁଲିସ ତାଙ୍କୁ ପୁଣି ସମନ ପଠାଇଥିଲା ।