ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଯାଁଳା ସ୍ଥିତ ନିଶା ନିବାରଣ କେନ୍ଦ୍ର ସିଲ୍ ହୋଇଥିବା ଜଣାପଡିଛି । ଲକ୍ଷ୍ୟ ଫାଉଣ୍ଡେସନକୁ ସିଲ୍ କରିଛି ଇନଫୋଭ୍ୟାଲି ପୋଲିସ । ମାଡ଼ ମାରିଥିବା ମୁଖ୍ୟ ଅଭିଯୁକ୍ତି ଏବେବି ଫେରାର ରହିଛି ।

ତେବେ ଅଟକ ଦୁଇ ବ୍ୟକ୍ତିଙ୍କୁ ପ୍ରତିଦିନ ଥାନାରେ ହାଜର ପାଇଁ ନୋଟିସ୍ ହୋଇଛି । ଅନ୍ତେବାସୀଙ୍କୁ ମାଡ଼ ମରାଯିବା ଭିଡିଓ ଭାଇରାଲ ପରେ ନିଶାନିବାରଣ କେନ୍ଦ୍ର ବନ୍ଦ କରିଛି ପୋଲିସ । ତଦନ୍ତ ଶେଷ ପର୍ଯ୍ୟନ୍ତ ନିଶା ନିବାରଣ କେନ୍ଦ୍ର ବନ୍ଦ ରହିବ ବୋଲି ପୋଲିସ କହିଛି । ତେବେ ଭିଡିଓରେ କେନ୍ଦ୍ରରେ ଥିବା ଅନ୍ୟ ଅନ୍ତେବାସୀଙ୍କ ସମ୍ମୁଖରେ ଜଣେ ଅନ୍ତେବାସୀଙ୍କୁ କେନ୍ଦ୍ରର କର୍ମଚାରୀ ନିସ୍ତୁକ ମାଡ ମାରୁଥିବାର ଦେଖିବାକୁ ମିଳିଥିଲା । ମାଡ ଖାଉଥିବା ଅସହାୟ ଯୁବକ ଜଣକ ଭୁଲ ହୋଇ ଯାଇଛି କହି କାକୁତି ମିନତି ହୋଇଥିଲେ ବି ତାଙ୍କ ଗୁହାରି ନିଶାନିବାରଣ କେନ୍ଦ୍ରର କର୍ମଚାରୀଙ୍କ କାନକୁ ଶୁଭୁ ନଥିଲା । ଯୁବକଙ୍କ ଉପରେ ବସି ତାଙ୍କୁ ମାଡ ମାରି ଚାଲିଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା ।