ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟର ୧୪ ଜଣ ମନ୍ତ୍ରୀଙ୍କୁ ହାଇକୋର୍ଟ ନୋଟିସ୍

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ବଡ଼ ଝଟକା । ମଧ୍ୟପ୍ରଦେଶ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ତାଙ୍କ କ୍ୟାବିନେଟର ୧୪ ଜଣ ମନ୍ତ୍ରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ନୋଟିସ୍ ଜାରି କରିଛି। ଇସ୍ତଫା ଦେଇଥିବା ୧୪ ବିଧାୟକଙ୍କୁ ମନ୍ତ୍ରୀ କରିବା ମାମଲା​‌ରେ ଛନ୍ଦବାଡାର ଓକିଲ ଆରାଧନା ଭାର୍ଗଭ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି।

ତେବେ ଯାଚିକାକର୍ତା ଏହି ପ୍ରକ୍ରିୟାକୁ ଅନୁଚିତ କହିଛନ୍ତି। ଏହା ସହ ଯାଚିକାକର୍ତା ସରକାରଙ୍କୁ ଏଭଳି ପଦକ୍ଷେପ ଅସମ୍ବିଧାନିକ କହିଛନ୍ତି। ଭାର୍ଗଭ କହିଛନ୍ତି ସରକାରଙ୍କ ଏହି ପଦକ୍ଷେପ ଆର୍ଟିକଲ ୧୬୪ (୪)ର ଉଲ୍ଲଘଂନ କରୁଛି। ଯାହା ପରେ ଯାଚିକାରେ ସମସ୍ତ ୧୪ ମନ୍ତ୍ରୀଙ୍କୁ ପଦରୁ ନିଲମ୍ବନ କରିବା ନେଇ ଦାବି ହୋଇଛି।

ଡିସେମ୍ବର ୧୪ରେ ଏ ମାମଲାର ପରବର୍ତୀ ଶୁଣାଣି ହେବ। ଏହି ମାମଲାରେ ମଧ୍ୟପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବିଧାନସଭା ଅଧ୍ୟକ୍ଷ ଓ ନିର୍ବାଚନ ଆୟୋଗ ସମେତ ୧୪ ଜଣ ମନ୍ତ୍ରୀଙ୍କୁ ନୋଟିସ ଜାରି ହୋଇଛି।