ସୁଟିଂବେଳେ ସାପ ଚୋଟର ଶିକାର ହେଲେ ଗାୟିକା ମେଟା

ନୂଆଦିଲ୍ଲୀ: ଗାୟିକା ମେଟା ସୋସିଆଲ ମିଡିଆରେ ନିଜର ଏକ ଫଟୋସୁଟର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ମେଟା ନିଜ ଉପରେ ସାପକୁ ପକାଇ ଫଟୋସୁଟ କରୁଥଲେ । ହଠାତ୍‌ ଏକ କଳା ରଙ୍ଗର ସାପ ତାଙ୍କ ମୁହଁକୁ କାମୁଡିଦେଲା । ସାପ କାମୁଡ଼ିବା ଦ୍ୱାରା ମେଟା ଭୟଭୀତ ହୋଇ ସାପକୁ ଫୋପାଡ ଦେଇଥିଲେ । ଏହି ସାପକୁ ଫଟୋସୁଟରେ ବ୍ୟବହାର କରାଯାଉଥିବାରୁ ଏହା ବିଷାକ୍ତ ନୁହେଁ ।

ନିକଟରେ ଗାୟିକା ମାଏତା ଏକ ଭିଡିଓର ଗୀତ ସୁଟିଂ କରୁଥିବାବେଳେ ସାପ ଚୋଟର ଶିକାର ହୋଇଥିଲେ । ସେ ତାଙ୍କ ଟ୍ୱିଟରରେ ଏହାର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଆଉ କେବେ ନୁହେଁ । ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ତଳେ ଶୋଇ ଗୀତର ସୁଟିଂ କରୁଥିବା ବେଳେ ତାଙ୍କ ଉପରେ ଦୁଇଟି ସାପ ରଖାଯାଇଥିଲା । ଯେଉଁଥିରେ ଉକ୍ତ କଳା ସାପଟି ତାଙ୍କୁ ଦଂଶନ କରିଥିଲା ।