ବିଦ୍ୟୁତ ତାର ଲାଗି ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ: ନୂଆପଡା ଗ୍ରାମର ଟିକିରାସାହିଠାରେ ନିର୍ମାଣାଧୀନ ଘରର ଛାତ ପକାଇବାକୁ ପ୍ରସ୍ତୁତି କରୁଥିବାବେଳେ ବିଦ୍ୟୁତ ତାର ଲାଗି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଚମ୍ପାମାଲ ଗ୍ରାମର ମାନସ ନାଏକ ।

ପ୍ରକାଶ ଯେ, ଘର ଛାତ ପକାଇବାକୁ ପ୍ରସ୍ତୁତି କରିବାବେଳେ ଛାତ ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଘଟଣାସ୍ଥଳରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି କରୁଥିବା ଜଣାପଡିଛି ।