ଖୁବଶୀଘ୍ର ବ୍ରିଟେନରେ ଲାଗୁ ହେବ କଡା କଟକଣା!

ଲଣ୍ଡନ: ସାରା ଦେଶରେ ଏବେ ପୁଣି କରୋନା ଭାଇରସ ତାର କାୟା ବିସ୍ତାର କରିଚାଲିଛି । ମହାମାରୀ କୋଭିଡ ଭାଇରସ ଏବେ ବ୍ରିଟେନରେ ଦ୍ରୁତବେଗରେ ବଢିଚାଲିଛି । ସେହିପରି ସଂକ୍ରମଣ ହାର ବୃଦ୍ଧିକୁ ଦୃଷ୍ଟିରେ ରଖି ୱେଲସ, ସ୍କଟଲ୍ୟାଣ୍ଡ ଓ ଉତ୍ତର ଆୟର୍ଲାଣ୍ଡରେ କଟକଣା କଡାକଡି ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସମୀକ୍ଷା କରିପାରନ୍ତି ବୋଲି କୁହାଯାଇଛି । ଅନ୍ୟପକ୍ଷରେ ସରକାର ଇଂଲଣ୍ଡରେ ମଧ୍ୟ କଟକଣା କଡାକଡି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଇଂଲଣ୍ଡରେ ବର୍ତ୍ତମାନ ୱାର୍କ ଫ୍ରମ ହୋମ, ଫେସମାସ୍କ ଓ କୋଭିଡ ଟିକାକରଣ ବାଧ୍ୟତାମୂଳକ କରାଯାଇଥିବା ବେଳେ ଦେଶ ଗତବର୍ଷ ଭଳି ପୁଣି ଲକଡାଉନକୁ ଯାଇପାରେ ବୋଲି ଆଶଙ୍କା କରାଯାଉଛି । ବ୍ରିଟେନରେ ବକ୍ସିଂ ଡେ ୱିକେଣ୍ଡ ଯୋଗୁ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଘୋଷଣା କରାଯାଉ ନାହିଁ । ତେବେ ଦେଶରେ ଦୈନିକ ସଂକ୍ରମଣ ସର୍ବାଧିକ ୧ଲକ୍ଷ ୨୨ ହଜାର ଚିହ୍ନଟ ହୋଇଛନ୍ତି । ତେବେ ବ୍ରିଟେନ ସରକାରଙ୍କ ଲାଗି ଏବେ ଚିନ୍ତାର ବିଷୟ ପାଲଟିଛି ।