ନିର୍ବାଚନ ପୂର୍ବରୁ ସିସୋଦିଆ ମୁକୁଳିପାରିବେ!

ଆମ୍ ଆଦ୍ମୀ ପାର୍ଟି ଛାତିରେ ଛନକା ପୁରାଇ ଲୋକସଭା ନିର୍ବାଚନରେ ବାଜି ମାରିବାକୁ ବିଜେପି ଗୋଠ ତା’ର ଗୋଟି ଚାଳନା କରୁଛି । ଅରବିନ୍ଦ କେଜ୍ରିୱାଲଙ୍କ ସେନାବାହିନୀର ଦକ୍ଷ ସେନାପତିମାନଙ୍କୁ କୌଣସିମତେ ଜେଲରେ ପୁରାଇ ନିର୍ବାଚନ ମୈଦାନରେ ଏକା ଅରବିନ୍ଦଙ୍କୁ ଚକ୍ରବ୍ୟୁହରେ ଫସାଇ ପରାଜିତ କରିବାର ଯୋଜନା ଚାଲିଛି ।

ଦିଲ୍ଲୀ ଅବକାରୀ ମାମଲାରେ ଅରବିନ୍ଦଙ୍କର ଡାହାଣ ହାତ ମନିଷ ସିସୋଦିଆଙ୍କୁ ଫସାଇ ଜେଲରେ ପୁରାଇ ଦିଆଯାଇଛି । ଉଭୟ ସିବିଆଇ ଓ ଇଡି ଜରିଆରେ ସିସୋଦିଆଙ୍କ ରାଜନୈତିକ ଭବିଷ୍ୟତକୁ ତଳିତଳାନ୍ତ କରିବା ପାଇଁ ବିଜେପି ଲାଗିପଡ଼ିଛି ।
ଆମ୍ ଆଦ୍ମୀ ପାର୍ଟିର ଏଭଳି ଅଭିଯୋଗକୁ ଅବଶ୍ୟ ବିଜେପି ମାନିବାକୁ ନାରାଜ । ବିଜେପି ମତରେ ଯାହା ଚାଲିଛି, ଆଇନ ଅନୁସାରେ ଚାଲିଛି ।

ଇତିମଧ୍ୟରେ ସିସୋଦିଆଙ୍କ ହାଜତ ମିଆଦକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସିସୋଦିଆଙ୍କ ଜାମିନ ଆବେଦନକୁ ମଂଜୁର ନକରିବା ପାଇଁ ଇଡି ଓ ସିବିଆଇ ବିଚାରପତିଙ୍କୁ ମନାଇ ପାରିଛନ୍ତି । ତଳକୋର୍ଟରୁ ନିରାଶ ହେବା ପରେ ସିସୋଦିଆ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜାମିନ ପାଇବାକୁ ଆଶା ରଖିଛନ୍ତି ।