କିଛି ଲୋକ ଧର୍ମ ନାଁରେ ଦେଶରେ ବିବାଦ ସୃଷ୍ଟି କରୁଛନ୍ତି: ଡୋଭାଲ

ସେମାନେ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି….

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶ ଦାତା (ଏଏନ୍‌ଏସଏ) ଅଜିତ ଡୋଭାଲ ବଡ଼ ବୟାନ ଦେଇଛନ୍ତି । କିଛି ଲୋକ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି । ଏଥିସହ ସେମାନେ ଦେଶର ସଂହତିକୁ କ୍ଷତି ପହଞ୍ଚାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଏଥିପାଇଁ ଦେଶବାସୀଙ୍କ ସତର୍କ ରହିବାକୁ ଡୋଭାଲ ପରାମର୍ଶ ଦେଇଛନ୍ତି । ଡୋଭାଲ କହିଛନ୍ତି ଭାରତର ବିକାଶର ଗତିକୁ ରୋକିବା ପାଇଁ ଗୋଟିଏ ପରିବେଶ ସୃଷ୍ଟି କରିବାକୁ କିଛିଲୋକ ଉଦ୍ୟମ କରୁଛନ୍ତି । ସେମାନେ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି । ଏହା ପୂରା ଦେଶକୁ ପ୍ରଭାବିତ କରୁଛି । ଏଥିସହ ବିଦେଶରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ।