ସାଉଥ ଇଣ୍ଡଷ୍ଟ୍ରିରେ ରାଜୁତି କରୁଛନ୍ତି ଶ୍ରୁତି

ଶ୍ରୁତି କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମୁଁ ବହୁତ କିଛି ଶିଖିଛି ଓ ଆଗକୁ ଭଲ କାମ ମଧ୍ୟ କରିବାକୁ ଚେଷ୍ଟା କରିବି…..

ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର କମଲ ହାସନଙ୍କ ଝିଅ ଶ୍ରୁତି ହାସନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦଶ ବର୍ଷ ପୂରଣ କରିଛନ୍ତି । ଶ୍ରୁତି ୨୦୦୯ ମସିହାରେ ପ୍ରଦର୍ଶନ ଫିଲ୍ମ ‘ଲକ’ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ଶ୍ରୁତି ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରୁଥିଲେ । ଶ୍ରୁତି ତାଙ୍କର ଦଶ ବର୍ଷର ଏହି ଫିଲ୍ମ କ୍ୟାରିୟରକୁ ନେଇ ସୋସିଆଲ ମିଡିଆରେ ଫ୍ୟାନମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଶ୍ରୁତି କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମୁଁ ବହୁତ କିଛି ଶିଖିଛି ଓ ଆଗକୁ ଭଲ କାମ ମଧ୍ୟ କରିବାକୁ ଚେଷ୍ଟା କରିବି ।