ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ଅତ୍ୟାଧୁନିକ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ଦୁଇଟି ଧ୍ରୁବ ମାକ୍‌-୩ । ସେହିପରି ଭାରତୀୟ ତଟରକ୍ଷୀ ବାହିନୀରେ ଏହି ଦୁଇଟି ଅତ୍ୟାଧୁନିକ ହେଲିକପ୍ଟର ଧ୍ରୁବ ମାକ୍‌-୩ ସାମିଲ ହେବା ପରେ କୋଷ୍ଟ ଗାର୍ଡର କ୍ଷମତା ବୃଦ୍ଧି ପାଇବ । ହାଲ ଦ୍ୱାରା ନିର୍ମିତ ଏହି ହେଲିକପ୍ଟରରେ ଉନ୍ନତ ଆଭିଏନିକ୍ସ ଓ ଅତ୍ୟାଧୁନିକ ଲଢୁଆ କ୍ଷମତା ରହିଛି । ଏହି ଦୁଇଟି ହେଲିକପ୍ଟର କୋଚି ସ୍ଥିତ ୮୪୫ ସ୍କ୍ୱାର୍ଡନରେ ମୁତୟନ ରହିବେ ।

ସେହିପରି କୋଷ୍ଟ ଗାର୍ଡରେ ମୋଟ ୧୬ଟି ଏଏଲଏଚ ସାମିଲ କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି । ସୂଚନାଯୋଗ୍ୟ ଯେ, ଏହି ହେଲିକପ୍ଟରକୁ ଉଭୟ ଆକ୍ରମଣ ଓ ସର୍ଚ୍ଚ ଅପରେସନ ପାଇଁ ବ୍ୟବହାର କରିହେବ । ଏହି ହେଲିକପ୍ଟର ଅତ୍ୟାଧୁନିକ ରାଡାର, ଇଲେକ୍‌ଟ୍ରୋ ଅପଟିକ ପଡ୍‌, ମେଡିକାଲ ଆଇସିୟୁ, ଏକ ମେସିନ ଗନ, ଆଇ ଇଣ୍ଟେନସିଭ ସର୍ଚ୍ଚ ଲାଇଟ୍‌ ଆଦି ଉପକରଣ ଲାଗିଛି ।