ର୍ବଣ ଋତୁରେ ବିଶେଷ ସତର୍କତା ଅବଲମ୍ବନ ପାଇଁ ରାଜ୍ୟମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ପକ୍ଷରୁ କରୋନା କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଏହା ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ ଆଗକୁ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଲୋକମାନେ କୋଭିଡ କଟକଣାକୁ ନ ମାନିବାର ସମ୍ଭାବନା ରହିଛି । ମେଳା ମଉଛବ ସମୟରେ ଅଧିକ ଜନଗହଳି ହେଲେ ତାହା ଦେଶରେ ପୁଣି କରୋନା ସଂକ୍ରମଣ ବଢାଇବାର ଆଶଙ୍କା ରହିଛି । ଏଣୁ ପାର୍ବଣ ସମୟରେ ଯେପରି ଅଧିକ ଜନଗହଳି ନହୁଏ, ଲୋକମାନେ କୋଭିଡ ନିୟମାବଳୀ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ପଡ଼ିବ ।