ମାଛ ଧରିବା ବେଳେ ବଜ୍ରପାତ : ଜଣେ ମୃତ, ଜଣେ ଗୁରୁତର

ବାଲେଶ୍ଵର: ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ଜିଲ୍ଲା ସୋର ଥାନା ମାଣିପୁର ଗ୍ରାମରେ ଥିବା କେନାଲରେ ମାଛ ଧରୁଥିବା ସମୟରେ ବଜ୍ରପାତ ଘଟିଥିଲା । ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି । ମୃତକ ହେଲେ ବୁଦ୍ଧିଆ କିସ୍କୋ । ଗୁରୁତର ଦିବାକର କିସ୍କୋଙ୍କୁ ସୋର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।