ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଏହି ଆଣ୍ଟି-ସିପ ମିସାଇଲ ଟେଷ୍ଟ ସଫଳ ହୋଇଥିବା ନୌସେନା ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି । ଏହି କ୍ଷେପଣାସ୍ତ୍ର ବ୍ରହ୍ମୋସ ଭାରତୀୟ ନୌସେନାର ଗାଇଡ୍‌-ମିସାଇଲ୍‌ ଜାହାଜରୁ ଉତକ୍ଷେପଣ କରାଯାଇଥିଲା । ନୌସେନା ଅନୁଯାୟୀ, ବ୍ରହ୍ମୋସ କ୍ଷେପଣାସ୍ତ୍ର ନିଜ ଲକ୍ଷ୍ୟକୁ ସଫଳତାର ଟାର୍ଗେଟ କରିଥିଲେ ।