ସଂସଦରେ ମୋଦୀଙ୍କୁ ସିଧା ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧା ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ ପେଗାଶସଠୁ ଆରମ୍ଭ କରି ଦରବୃଦ୍ଧି ଓ ବେରୋଜଗାରୀ ପ୍ରସଙ୍ଗ ଉଠାଇ ମୋଦିଙ୍କ ଉପରେ ବର୍ଷିଥିଲେ । ରାହୁଲ କହିଛନ୍ତି ଯେ ଦେଶକୁ କେନ୍ଦ୍ର ସରକାର ଗୋଟିଏ ବାଡି ଦ୍ୱାରା ଚଲାଇ ପାରିବେ ନାହିଁ । ଏବେ ଗୋଟିଏ ନୁହେଁ ଦୁଇଟି ଭାରତରେ ପରିଣତ ହୋଇଗଲାଣି । ଗୋଟିଏ ଭାରତ ଯେଉଁଠି ଅତ୍ୟନ୍ତ ଧନୀ ଲୋକ ରହନ୍ତି ଯାହାଙ୍କ ପାଖରେ ଅମାପ ସମ୍ପତ୍ତି ଅଛି । ଅନ୍ୟଟି ଭାରତ ଯାହା ଗରିବଙ୍କ ପାଇଁ ରହିଛି । ରାହୁଲ ଆହୁରି କହିଛନ୍ତି ସରକାରଙ୍କ ଦୁର୍ବଳ ବିଦେଶ ନୀତି ଯୋଗୁ ଭାରତ ଆଜି ବିପଦରେ ରହିଛି ।

ବର୍ତ୍ତମାନ ସମୟରେ ନ୍ୟାୟପାଳିକା, ନିର୍ବାଚନ ଆୟୋଗ ଓ ପେଗାଶସ ରାଜ୍ୟ ସରକାରଙ୍କ ସ୍ୱରକୁ ଦୁର୍ବଳ କରୁଛି । ସେହିପରି ୨୦୨୧ରେ ୩ କୋଟି ଯୁବବର୍ଗ ଚାକିରି ହରାଇଛନ୍ତି । ଭାରତ ଆଜି ୫୦ ବର୍ଷରେ ସବୁଠୁ ଅଧିକ ବେରୋଜଗାରୀର ସାମ୍ନା କରିବା ସହ ୮୪ ପ୍ରତିଶତ ଲୋକଙ୍କର ଆମଦାନୀ କମିଛି । ଆମ ସରକାର ଦେଶର ୨୭ କୋଟି ଲୋକଙ୍କୁ ଗରିବୀରୁ ବାହାର କରିଥିବାବେଳେ ମୋଦୀ ସରକାର ୨୩ କୋଟି ଲୋକଙ୍କୁ ପୁଣି ଗରିବୀ ଭିତରକୁ ଠେଲି ଦେଇଥିବା କଥା କହିଛନ୍ତି ରାହୁଲ ଗାନ୍ଧୀ ।