ହସ୍ପିଟାଲରେ ସୁନୀଲ ଗ୍ରୋଭର

ମୁମ୍ବାଇ: ହସ୍ପିଟାଲରେ କମେଡିଆନ ସୁନୀଲ ଗ୍ରୋଭର ତଥା ଗୁଥି। ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟ ଜିତିଥିବା ସୁନୀଲ ଗ୍ରୋଭର ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି। ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଙ୍କର ହାର୍ଟ ସର୍ଜରୀ ହୋଇଛି। ଏନେଇ ପ୍ରସିଦ୍ଧ ଅଭିନେତ୍ରୀ ସିମି ଗରେୱାଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଅଭିନେତ୍ରୀ ସିମି ଏହି କମେଡି ଷ୍ଟାରଙ୍କ ଜଣେ ବଡ ଫ୍ୟାନ୍‌। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ସୁନୀଲଙ୍କ ହାର୍ଟ ସର୍ଜରୀ ହୋଇଛି। ମୁଁ ଜାଣିବା ପରେ ମୋତେ ଶକ୍ତ ଝଟ୍‌କା ଲାଗିଥିଲା। ଯେଉଁ ବ୍ୟକ୍ତି ଆମକୁ ହସାଉଛି ସେ ଆଜି ଅସୁସ୍ଥ ହୋଇପଡିଛି। ଏହା ଶୁଣି ମୁଁ ଭାଙ୍ଗି ପଡଇଛି। ସେ ଶୀଘ୍ୟ ସୁସ୍ଥ ହେବାକୁ ମୁଁ ପ୍ରାର୍ଥନା କରୁଛି। ତାଙ୍କ ଟ୍ୟାଲେଣ୍ଟ ବେଶ୍‌ ଅଦ୍ଭୁତ।’ ହାର୍ଟ ସର୍ଜରୀ ପରେ ସନୀଲ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ସେ ଏବେ ବିପଦ ମୁକ୍ତ। ସୁନୀଲଙ୍କ ଶୀଘ୍ର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନ କରିବାକୁ ଫ୍ୟାନ୍‌ଙ୍କୁ  ଭିରଲ ଭୟାନୀ ନିଜ ଇନ୍‌ଷ୍ଟାଗ୍ରାମରେ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛି। ତାଙ୍କ ଫ୍ୟାନ୍‌ମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।