ଖୁବ୍‌ଶୀଘ୍ର ୫ ବର୍ଷରୁ କମ୍ ପିଲାଙ୍କୁ କରୋନା ଟିକା!

ନୂଆଦିଲ୍ଲୀ : ଗୋଟିଏ ପରେ ଗୋଟିଏ କରୋନା ଲହର ମଣିଷ ସମାଜକୁ ଅସ୍ତବ୍ୟସ୍ତ କରି ଚାଲିଛି । କୋଭିଡ୍ ଟିକାକରଣକୁ କରୋନା ବିରୋଧରେ ଏକ ମାତ୍ର ଅସ୍ତ୍ର କରିଛନ୍ତି ସବୁ ବଡ଼ ବଡ଼ ଦେଶ। ପ୍ରଥମେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହାପରେ ଅନେକ ଦେଶରେ ପର୍ଯ୍ୟାୟକ୍ରମେ ୧୮ ବର୍ଷରୁ କମ୍ ତଥା ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି ।  ଏପର୍ଯ୍ୟନ୍ତ କିନ୍ତୁ ୫ ବର୍ଷରୁ କମ୍ ପିଲାଙ୍କ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରିନି । ଯାହାକୁ ନେଇ ଏବେ ତତ୍ପରତା ପ୍ରକାଶ କରିଛନ୍ତି ବିଶ୍ୱର ବଡ଼ ବଡ଼ ଦେଶ ।

ସୂଚନା ଅନୂସାଇ ୬ ମାସରୁ ୪ ବର୍ଷର ପିଲାଙ୍କୁ ଟିକା ଦେବା ପାଇଁ ଫାଇଜର ଓ ବାୟୋ ଏନଟେକ୍ ଭଳି ଦୁଇଟି ଟିକା ପ୍ରସ୍ତୁତକାରୀ କମ୍ପାନୀ ଆମେରିକାର ଫୁଡ୍ ଏବଂ ଡ୍ରଗ୍ ଆଡମିଷ୍ଟେଟର ପାଖରେ ଜରୁରୀ କାଳୀନ ଅନୁମତି ଲୋଡିଛନ୍ତି । ଅନୁମତି ମିଳିବା ପରେ ସଙ୍ଗେ ସଙ୍ଗେ ପିଲାଙ୍କ ଟିକାକରଣ ଆରମ୍ଭ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଅନୁମତି ମିଳିଲେ ଫାଇଜର ଓ ବାୟୋ ଏନଟେକ୍ ର ଟିକା ବିଶ୍ୱରେ ଶିଶୁଙ୍କ ପାଇଁ ପ୍ରଥମ କୋଭିଡ୍ ଭ୍ୟାକ୍ସିନ୍ ହେବ ବୋଲି ଜଣାପଡିଛି ।