ଭାରତ ୬ ବର୍ଷ ପରେ ଆଇସିସି ର଼୍ୟାଙ୍କିଙ୍ଗ ନମ୍ବର ୧ରେ

ବିରାଟ କରିପାରିନଥିବା କାମକୁ କରିଦେଖାଇଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତ ୩-୦ରେ ଶୃଙ୍ଖଳା ମୂଳ‌ପୋଛ କରି ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ କ୍ରିକେଟ୍ ସିରିଜରେ ଭାରତ କ୍ଲିନ ସୁଇପ ହାସଲ କରିଛି । ୧୭ ରନ୍‌ରେ ଭ୍ରମଣକାରୀ ଦଳକୁ ପରାସ୍ତ କରିଛି । ଏହି ମ୍ୟାଚ୍ ଜିତି ଆଇସିସି ର଼୍ୟାଙ୍କିଙ୍ଗରେ ଭାରତ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ପ୍ରାୟ ୬ ବର୍ଷ ପରେ ଏହା ସମ୍ଭବ ହୋଇପାରିଛି ।

ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୬ ମସିହାରେ ଶେଷ ଥର ପାଇଁ ଆଇସିସି ର଼୍ୟାଙ୍କିଙ୍ଗରେ ନମ୍ବର ୧ରେ ରହିବାରେ ସକ୍ଷମ ହୋଇଥିଲା। ବିରାଟ କୋହଲି ଅଧିନାୟକ ଥିବା ବେଳେ ୬ବର୍ଷ ହେଲା ଭାରତ ଆଇସିସି ର଼୍ୟାଙ୍କିଙ୍ଗରେ ନମ୍ବର ୧କୁ ଆସିପାରିନଥିଲା। ହେଲେ ଏବେ ରୋହିତଙ୍କ ଅଧିନାୟକତ୍ବରେ ତାହା ସମ୍ଭବ ହୋଇପାରିଛି।