ଖୁବଶୀଘ୍ର ଭର୍ଚୁଆଲରେ ବାଇଡେନ୍‌-ଜିନପିଙ୍ଗ ଆଲୋଚନା

ୱାସିଂଟନ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉଭୟ ନେତା ଭର୍ଚୁୁଆଲ ଜରିଆରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଆସନ୍ତା ୧୫ରେ ଉଭୟ ନେତା କଥା ହେବେ । ଉତ୍ତର ପଶ୍ଚିମ ଚୀନରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମାନବାଧିକାର ହନନ, ସାମୁଦ୍ରିକ ପ୍ରସଙ୍ଗ, ତାଇୱାନ, ହଙ୍ଗକଙ୍ଗ୍‌ ମାମଲାରେ ୱାଶିଂଟନ ଓ ବେଜିଂ ମଧ୍ୟରେ ଆୟାଜିତ ହେବାକୁ ଥିବା ବୈଠକରେ ସ୍ଥାନ ପାଇବ । ହ୍ୱାଇଟ୍‌ ହାଉସ ତରଫରୁ କୁହାଯାଇଛି ଯେ, ବାଇଡେନ୍‌ ଓ ଜିନପିଙ୍ଗ୍‌ ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ୟୁଏସ ରାଷ୍ଟ୍ରପତି ପ୍ରଥମେ ନିଜ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ଜଣାପହିଛି । ସୂଚନାଯୋଗ୍ୟ, ଗତ କିଛିବର୍ଷ ହେଲା ଆମେରିକା ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ଲାଗିରହିଛି ।