ତାଲିବାନ କବଜାରେ ରାଜଧାନୀ କାବୁଲ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡି ଯିବା ପରେ ମାତ୍ର ଗୋଟିଏ ମାସ ଭିତରେ ପୁରା ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛି ତାଲିବାନ ଆତଙ୍କୀ ସଂଗଠନ । ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପରେ ଯେଉଁ ଭୟ ଦେଖା ଦେଇଥିଲା , ସେହି ଭୟ ଏବେ ସତ ହୋଇଯାଇଛି । ରାଜଧାନୀ କାବୁଲରେ ତାଲିବାନୀ ଆତଙ୍କି ପ୍ରବେଶ କରିବା ପରେ ରାଷ୍ଟ୍ରପତି ଅସରଫ ଘନିଙ୍କ କାର୍ଯ୍ୟାଳୟ ବାହାରେ ଏହାର ପତାକା ଲଗାଇ ବସିଛି ।

ସେପଟେ କାବୁଲରେ ଥିବା ଜେଲକୁ ଭାଙ୍ଗି ଦେଇଛନ୍ତି ତାଲିବାନୀ ଆତଙ୍କୀ । ଫଳରେ ଜେଲରେ ଥିବା ସମସ୍ତ ବନ୍ଦୀ ତାଲିବାନୀ ଆତଙ୍କୀ ଏବେ ରାଜରାସ୍ତାରେ ଖୋଲା ବୁଲୁଛନ୍ତି । କାବୁଲରେ ତାଲିବାନୀ ଆତଙ୍କୀ ପ୍ରବେଶ କରି ରାଜଧାନୀକୁ କବଜାକୁ ନେବା ପରେ କାବୁଲ ସହରରେ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ଲୋକମାନେ ସମସ୍ତେ ଏବେ ଏୟାରପୋର୍ଟ ଆଡକୁ ଭୟରେ ଦୌଡୁଛନ୍ତି । କାବୁଲ ଛାଡୁଥିବା ବିମାନ ଗୁଡିକରେ ବହୁ ସଂଖ୍ୟାରେ ଆଫଗାନ ନିକରିକ ଦେଶ ଛାଡି ଚାଲିଯିବାକୁ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ସେପଟେ କାବୁଲକୁ କବଜାକୁ ନେବା ପରେ ବିଦ୍ଧିବଦ୍ଧ ଭାବରେ କ୍ଷମତା ହସ୍ତାନ୍ତରକୁ ଅପେକ୍ଷା କରିଛନ୍ତି ତାଲିବାନୀ ଆତଙ୍କୀ ସଂଗଠନର ନେତା । ସେମାନେ ଏବେ ଅସରଫ ଘନୀଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ନିଜ ନେତାଙ୍କୁ ରାଷ୍ଟ୍ରପତି ଆସନରେ ବସାଇବାକୁ ଘୋଷଣା କରିଛନ୍ତି ।