କରୋନା କଟକଣା ନଭେମ୍ବର ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ: କରୋନା କଟକଣା ପାଇଁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି । ଏବେ କିଛି ରାଜ୍ୟ ଓ କିଛି ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି । ଏହା ଅଧିକ ବିସ୍ଫୋରକ ହେବା ଆଶଙ୍କା ଥିବାରୁ କେନ୍ଦ୍ର ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନଭେମ୍ବର ୩୦ ଯାଏ କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ ପାର୍ବଣ ଋତୁ ଚାଲିଥିବାରୁ କୋଭିଡ ନିୟମ ଉଲ୍ଲଙ୍ଘନ ହେବାର ଆଶଙ୍କା ରହିଛି । ତେଣୁ ପାର୍ବଣ ବେଳେ କଟକଣା କଡାକଡି ପାଳନ କରିବାକୁ ସବୁ ରାଜ୍ୟଙ୍କୁ କହିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ଦେଶରେ ଦୈନିକ ମାମଲା ହ୍ରାସ ପାଉଛି । କିଛି ରାଜ୍ୟରେ ଏବେ ବି ସଂକ୍ରମଣ ଜାରି ରହିଛି । ନଭେମ୍ବର ୩୦ ଯାଏ କଣ୍ଟେନମେଣ୍ଟ ମେଜରକୁ ବୃଦ୍ଧି କରାଯାଇଥିବାରୁ ଅନ୍ତର୍ଜାତୀୟ ବିମାନ ସେବା ପୂର୍ବଭଳି ବନ୍ଦ ରହିବ । ସେହିପରି ରାଜ୍ୟ ସରକାରମାନେ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ ଲାଗୁ କରିପାରିବେ ।