ମାର୍ଚ ୩୧ରୁ ଉଠିଯିବ କୋଭିଡ୍‌ କଟକଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ କୋଭିଡ୍‌ କଟକଣା ମାର୍ଚ ୩୧ ତାରିଖରୁ ଉଠାଇ ଦିଆଯିବ କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପରିଧାନ ପୂର୍ବ ଭଳି ଚାଲୁ ରହିବ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ଆଜି ଗୃହ ମନ୍ତ୍ରାଳୟ କହିଛି ଯେ, କୋଭିଡ୍‌-ସୁରକ୍ଷା କଟକଣା ନିମନ୍ତେ ଆଉ ‘ବିପର୍ଯ୍ୟୟ ପରିଚାଳନା ଆଇନ’ ଲାଗୁ ହେବ ନାହିଁ। କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ତଥାପି ମାସ୍କ୍‌ ପିନ୍ଧିବାକୁ ପଡ଼ିବ।