ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକମାନଙ୍କର ଚାଲିଛି କୋଭିଡ ଟେଷ୍ଟ

ଭୁବନେଶ୍ୱର: କରୋନା କଟକଣା ଭିତରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ତା ପୂର୍ଵରୁ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଟେଷ୍ଟ କରିଛନ୍ତି। ପୋୖର ନିର୍ବାଚନ ଥିବାରୁ ବିଧାୟକମାନେ ଚାହିଁଲେ ଜିଲ୍ଲା ସ୍ତରରେ ଟେଷ୍ଟ କରି ଆମକୁ ରିପୋର୍ଟ ଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଆସନ୍ତା ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା। ୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।