ପରିବାରବାଦୀ ପାର୍ଟି କେବଳ ସିନ୍ଦୁକ ପୂର୍ଣ୍ଣ କରନ୍ତି: ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର କେସିଆର ସରକାର ଉପରେ କହିଛନ୍ତି ଯେ ଏକ ପରିବାରକୁ ସମର୍ପିତ ପାର୍ଟି….

ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର କେସିଆର ସରକାର ଉପରେ କହିଛନ୍ତି ଯେ ଏକ ପରିବାରକୁ ସମର୍ପିତ ପାର୍ଟି ଯେତେବେଳେ ସରକାରରେ ଆସନ୍ତି, ସେତେବେଳେ କିପରି ସେହି ପରିବାର ସଦସ୍ୟ ଭ୍ରଷ୍ଟ୍ରାଚାରର ସବୁଠାରୁ ବଡ଼ ଚେହେରା ହୋଇଯାଆନ୍ତି ଏହା ତେଲେଙ୍ଗାନା ଲୋକ ଦେଖୁଛନ୍ତି । ସେ କହିଛନ୍ତି ଯେ ସରକାରରେ ଆସିବା ପରେ କେବଳ ନିଜ ସିନ୍ଦୁକ ପୂର୍ଣ୍ଣ କରନ୍ତି । ହାଇଦ୍ରାବାଦରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତେଲେଙ୍ଗାନାର ଜନସାଧାରଣ ଦେଖୁଛନ୍ତି ଯେ କେଉଁ କେଉଁ ପରିବାରବାଦୀ ପାର୍ଟି କେବଳ ନିଜ ସିନ୍ଦୁକ ପୂର୍ଣ୍ଣ କରନ୍ତି । ଯେଉଁ ଯେଉଁ ରାଜ୍ୟରେ ପରିବାରବାଦୀ ପାର୍ଟି ହଟିଛି । ସେଠାରେ ବିକାଶର ରାସ୍ତା ମଧ୍ୟ ଖୋଲିଛି । ଏବେ ଏହି ଅଭିଯାନକୁ ଆଗକୁ ବଢ଼ାଇବାର ଦାୟିତ୍ୱ ତେଲେଙ୍ଗାନାର ଜନତା କରିଛନ୍ତି ।