ଫିଲ୍ମ ‘କାଶ୍ମୀର ଫାଇଲ’ ସିଙ୍ଗାପୁରରେ ବ୍ୟାନ

କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଫିଲ୍ମ ‘ଦି କାଶ୍ମୀର ଫାଇଲ’ ସାରା ବିଶ୍ୱରେ…

ମୁମ୍ବାଇ : କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଫିଲ୍ମ ‘ଦି କାଶ୍ମୀର ଫାଇଲ’ ସାରା ବିଶ୍ୱରେ ଧମାଲ କରିବା ସହ ୩୦୦ କୋଟି ପାର କରିଥିଲା ବକ୍ସ ଅଫିସରେ । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ଏବେ ବିବାଦରେ ରହିଛି । ସୂଚନା ମିଳିଛି କି ଫିଲ୍ମ ‘କାଶ୍ମୀର ଫାଇଲ’ ଉପରେ ସିଙ୍ଗାପୁର ସରକାର ପ୍ରତିବନ୍ଧକ ଲଗାଯାଇଛନ୍ତି । ସେହିପରି ସିଙ୍ଗାପୁର କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହି ଫିଲ୍ମ ବିଭିନ୍ନ ସମ୍ପ୍ରଦାୟରେ ପାର୍ଥକ୍ୟକୁ ପ୍ରୋତ୍ସାହନ ଦେଇପାରେ । ଆମ ସମାଜରେ ଧାର୍ମିକ ଏକତା ରହିଛି । କେବଳ ଏତିକି ନୁହେଁ ଏହି ଫିଲ୍ମର କାହାଣୀ ଏକପାଖିଆ ଭାବରେ ବର୍ଣ୍ଣନା କରାଯାଇଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସିଙ୍ଗାପୁରର ବହୁ-ଜାତି ଏବଂ ବହୁ-ଧାର୍ମିକ ସମାଜରେ ସାମାଜିକ ସମନ୍ୱୟ ଏବଂ ଧାର୍ମିକ ସମନ୍ୱୟକୁ ବାଧା ଦେବ । ଫିଲ୍ମ ବର୍ଗୀକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ସିଙ୍ଗାପୁରର ଜାତିଗତ କିମ୍ବା ଧାର୍ମିକ ସମ୍ପ୍ରଦାୟକୁ ବଦନାମ କରୁଥିବା ଯେକୌଣସି ବର୍ଗୀକରଣକୁ ପ୍ରତ୍ୟାଖ୍ୟାନ କରାଯିବ । ସୂଚନାଯୋଗ୍ୟ ଯେ, ଫିଲ୍ମ ‘ଦି କାଶ୍ମୀର ଫାଇଲ’ ମାର୍ଚ୍ଚ ୧୧ରେ ଭାରତରେ ମୁକ୍ତିଲାଭ କରିଥିଲା । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସେଲିବ୍ରିଟି ଏହି ଫିଲ୍ମକୁ ପ୍ରଶଂସା କରିଥିଲେ ।