ସୁନାପଲ୍ଲୀ କୂଳରେ ସୁନାର ରଥ

ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ରହିଛି ସମୁଦ୍ର..

ଆନ୍ଧ୍ରପ୍ରଦେଶ : ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ରହିଛି ସମୁଦ୍ର । ସେହିପରି ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଶେଷଜ୍ଞ । ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପଟ୍ଟନମ ପାଇଁ ଆଲର୍ଟ । ଏହାରି ଭିତରେ ନଜର ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଦୃଶ୍ୟ । ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ସୁନାପଲ୍ଲୀ କୂଳରେ ଲାଗିଛି ଏହି ସୁନାର ରଥ । ଏହି ଡଙ୍ଗାରେ ମାଲେସିଆ ଭାଷାରେ କିଛି ଲେଖା ଅଛି । ଯାହା ଜଣାପଡୁଛି ଥାଇଲାଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଏହି ସୁନାର ରଥ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକମାନେ ଦେଖିବାକୁ ଆସିଥିଲେ । ଏହି ସୁନାର ରଥ ସଦୃଶ ଡଙ୍ଗାଟିକୁ ଶ୍ରୀକାକୁଲମ କୋଷ୍ଟ ଗାର୍ଡଙ୍କ ସହାୟତାରେ ଜବତ କରିଛି ପ୍ରଶାସନ ।