ଇଡି କବ୍‌ଜାରେ ଆଇଏଏସ ଅଫିସର ପୂଜା ସିଂଘଲ

ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲଙ୍କୁ ଗିରଫ କରିଛି ଇଡି…

ନୂଆଦିଲ୍ଲୀ: ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲଙ୍କୁ ଗିରଫ କରିଛି ଇଡି । ମନରେଗା ଅର୍ଥ ହେରଫେର ସହ ଜଡିତ ମାମଲାରେ ଆଇଏଏସ ପୂଜା ଇଡି ଅଫିସରେ ହାଜର ହୋଇଥିଲେ । ପଚରାଉଚୁରା ପରେ ଇଡି ତାଙ୍କୁ ଗିରଫ କରିଛି । ସେହିପରି ପୂଜାଙ୍କ ବ୍ୟବସାୟୀ ସ୍ୱାମୀଙ୍କ ବୟାନ ମଧ୍ୟ ଇଡି ରେକର୍ଡ କରିଛି । ସୂଚନାଯୋଗ୍ୟ ଯେ, ଏହି ମାମଲାରେ ଇଡି ଚାଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କୁ ମେ’ ୨୭ରେ ଗିରଫ କରିଥିଲା । ସୁମଙ୍କଠାରୁ ନଗଦ ୧୭ କୋଟି ଟଙ୍କା ଜବତ କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା । ସେ ମେ’ ୧୧ ପର୍ଯ୍ୟନ୍ତ ପୁଲିସ ହେପାଜତରେ ରହିବେ । ସୁମନ ହେଉଛନ୍ତି ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କ ଆର୍ଥିକ ପରାମର୍ଶଦାତା ।