ଜରଡା ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍

ଘାଟିରେ ବସ୍ ଓଲଟିବାରୁ ଆହତ ହେଲେ ୩୦ ରୁ ଅଧିକ । ଢେଙ୍କାନାଳ ଜିଲ୍ଲା …

କାମାକ୍ଷାନଗର: ଘାଟିରେ ବସ୍ ଓଲଟିବାରୁ ଆହତ ହେଲେ ୩୦ ରୁ ଅଧିକ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଜରଡା ଘାଟିରେ ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଯାତ୍ରାପାର୍ଟି ବସ୍ ଜଗଦମ୍ବା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସଟି କଙ୍କଡାହାଡ଼ ଆଡୁ ରେଙ୍ଗାଳୀ ଅଂଚଳକୁ ଯାଉଥିବା ବେଳେ ଗଡ଼ପଳାଶୁଣି ପଂଚାୟତ ଜରଡା ଘାଟିରେ ଓଲଟି ପଡ଼ିଥିଲା। ଗାଡ଼ିରେ ପ୍ରାୟ ୩୫ ରୁ ୪୦ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୧୩ କଳାକାର ଗୁରୁତର ହୋଇଥିବାବେଳେ ୨୦ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । ତେବେ ଆହତମାନଙ୍କୁ କାମାକ୍ଷାନଗର ମେଡିକାଲକୁ ନିଆଯାଇଛି । ମହାବିରୋଡ଼ ଫାଣ୍ଡି ପୋଲିସ ଏହାର ତଦନ୍ତ କରୁଛି ।