କେନ୍ଦ୍ର ବଜେଟ୍ ୨୦୨୩-୨୪ର ଚୂଡ଼ାନ୍ତ ପର୍ଯ୍ୟାୟ ହାଲୱା ଉତ୍ସବ ସହ ଆରମ୍ଭ

ଉତ୍ସବ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର …

କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି (୨୬-୦୧-୨୦୨୩) ନର୍ଥ ବ୍ଲକର ହାଲୱା ଉତ୍ସବ ସହ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ଓ ଡକ୍ଟର ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ।

 

ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ ।

ପୂର୍ବ ଦୁଇବର୍ଷ ଭଳି କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ବିନା କାଗଜରେ ଉପସ୍ଥାପିତ ହେବ । କେନ୍ଦ୍ର ବଜେଟ ୨୦୨୩-୨୪ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ଉପସ୍ଥାପିତ ହେବ ।

ସମସ୍ତ ୧୪ଟି ଯାକ କେନ୍ଦ୍ରୀୟ ବଜେଟ ଦସ୍ତାବିଜ ବାର୍ଷିକ ଆର୍ଥିକ ହସାବ କିତାବ (ସାଧାରଣ ବଜେଟ ଭାବେ ପରିଚିତ) ଖର୍ଚ୍ଚ ଦାବି (ଡିଜି), ଅଥ ବିଲ ଇତ୍ୟାଦି ଯାହା ସମ୍ବିଧାନ ବ୍ୟବସ୍ଥା ପରିସରରେ ରହିଛି, “ୟୁନିଅନ ବଜେଟ ମୋବାଇଲ ଆପ”ରେ ଉପଲବ୍ଧ ହେବ । ଏହି ହଇରାଣରୁ ମୁକ୍ତ ବଜେଟ ଦସ୍ତାବିଜକୁ ସଂସଦ ସଦସ୍ୟ ଓ ସାଧାରଣ ଜନତା ଡିଜିଟାଲ ସୁବିଧା ଦୃଷ୍ଟିରୁ ଖୁବ ସରଳ ଉପାୟରେ ଜାଣିପାରିବେ । ଏହା ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ)ରେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଏହି ଆପକୁ କେନ୍ଦ୍ର ବଜେଟ ୱେବ ପୋର୍ଟାଲ (www.indiabudget.gov.in) ମଧ୍ୟ ଡାଉନଲୋଡ଼ କରିହେବ ।

ତେବେ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେଲା ପରେ ଯାଇ ବଜେଟ ଦସ୍ତାବିଜ ମୋବାଇଲ ଆପରେ ଉପଲବ୍ଧ ହେବ ।

ହାଲୱା ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ଓ ଖର୍ଚ୍ଚ ସଚିବ ଡକ୍ଟର ଟି.ଭି. ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ଶ୍ରୀ ଅଜୟ ସେଠ, ଡିଆଇପିଏଏମ ସଚିବ ଶ୍ରୀ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ସଚିବ ଶ୍ରୀ ସଞ୍ଜୟ ମାଲହୋତ୍ରା, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡକ୍ଟର ଅନନ୍ତ ଭି. ନାଗେଶ୍ୱରନ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ଶ୍ରୀ ନିତୀନ ଗୁପ୍ତା, କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ଓ ଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ଶ୍ରୀ ବିବେକ ଜୋହାରୀ, ବଜେଟ (ଅତିରିକ୍ତ ସଚିବ) ଶ୍ରୀ ଆଶିଷ ବାଛାନୀ ଓ ବଜେଟ ପ୍ରସ୍ତୁତି ସହ ସଂଶ୍ଳିଷ୍ଟ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ ।

ଉତ୍ସବରେ ଅଂଶ ସ୍ୱରୂପ ଅର୍ଥ ମନ୍ତ୍ରୀ ବଜେଟ ଛାପାଖାନା ମଧ୍ୟ ଗସ୍ତ କରି ବଜେଟ ପ୍ରସ୍ତୁତିର ସମୀକ୍ଷା କରିବା ସହ ଏଥିରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।