ବଡବିଲ ପୋଲିକୁ ମିଳିଛି ବଡ ସଫଳତା

କେନ୍ଦୁଝର ଜିଲ୍ଲା ର ବଡବିଲ ଥାନା ଅନ୍ତଗତ …

କେନ୍ଦୁଝର ଜିଲ୍ଲା ର ବଡବିଲ ଥାନା ଅନ୍ତଗତ ଗତ ମଙ୍ଗଳବାର ୨୪ତାରିଖ ରାତି ବଡବିଲ ଥାନା ର ଏସ୍ ଆଇ ବରୋଦା ପ୍ରଶନ ସାହୁ ନାଇଟ୍ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଏକ ବିଷେଶ ସୁତ୍ର ରୁ ସୂଚନା ପାଇ ରାଜୀବ ବିହାର ପଡିଆ ରେ ୬ ଜଣ ଅପରାଧୀ ଡକାୟତି ଉଦ୍ୟମ କରୁଥିବା ବେଳେ ବଡବିଲ ପୋଲିସ ଯାଇ ଚଢୋଉ କରିଥିଲା ଘଟଣା ସ୍ଥଳରେ ୪ଜଣ ଡକାୟତିଙ୍କ ଗିରଫ କରିବା ସହ ଗୋଟିଏ ବନ୍ଦୁକ ଦୁଇଟି ଗୁଳି ଗୋଟିଏ ଭୁଜାଲି ଗୋଟିଏ ଛୁରୀ ଲଙ୍କା ଗୁଣ୍ଡ ସହ ୬ଟି ମୋଟରସାଇକେଲ ଜବଦ କରିଛି।

୪ଜଣ ଡକାୟତି ହେଲେ ବଲାଣୀ ଚମ୍ପୁଆ ବସ୍ତି ଅଞ୍ଚଳର ନବୀନ ମହାକୁଡ, ବଡବିଲ କଳିଙ୍ଗ ନ୍ୟୁ କଲନୀ ର ଆକାଶ କାରୁଆ, ବଡବିଲ ଦାମୁ ହାଟିଙ୍ଗ୍ ର ରାଜେନ୍ଦ୍ର ମହିକୁଡ,ବଡବିଲ ମାଗ୍ ଜିନ୍ ହାଟିଙ୍ଗ୍ ର ମନୋଜ ମୁଣ୍ଡା ବଡବିଲ ଥାନା ର ଭାରପ୍ରାତ ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ପ୍ରେସ୍ ମିଟ୍ ଭାବେ ସୂଚନା ଦେଇଛନ୍ତି।ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।