୭୪ତମ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ସ୍ଥିତ ସେରେଣ୍ଡା ଗ୍ରାମ ପଞ୍ଚାୟତ …

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ସ୍ଥିତ ସେରେଣ୍ଡା ଗ୍ରାମ ପଞ୍ଚାୟତ ୭୪ତମ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ସେରେଣ୍ଡା ପଞ୍ଚାୟତ ଚାତମ୍ବା ସାହି ଖେଳ ପଡ଼ିଆ ରେ ପଞ୍ଚାୟତ ତରଫରୁ ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଖେଳରେ ମୁଖ୍ୟ ଅତିଥି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁ ଙ୍କୁ ଆଦିବାସୀଙ୍କ ନୃତ୍ୟ ପରିବେଷଣ ସହ ସ୍ୱାଗତ ସହ କୁନି କୁନି ଛୁଆ ମାନେ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ।

ସେରେଣ୍ଡା ପଞ୍ଚାୟତ ରେ ପ୍ରଥମ ଥର ପାଇଁ ଚାତମ୍ବା ସାହି ରେ ଖେଳ ହେଉଥିଲା। ଏହି ଖେଳ ରେ ମଞ୍ଚାସିନ ହୋଇଛନ୍ତି ସେରେଣ୍ଡା ସରପଞ୍ଚ ସୁସ୍ମିତା ସିଦୁ,ସମିତି ସଭ୍ୟ ଶଙ୍କର ଚାତମ୍ବା, ପୂର୍ବତନ ଜିଲ୍ଲା ପରିଷଦ ଜୟନ୍ତୀ ବାନରା,ପୂର୍ବତନ ସରପଞ୍ଚ ଭଗବାନ ଚାତମ୍ବା, ଉପସ୍ଥିତ ଥିଲେ।ଏହି ଖେଳ କୁ ପରିଚାଳନା ଉପସ୍ଥିତ ଥିଲେ ଓଡିଶା ଲାଇଭ ହୁଡ଼ ମିଶନ,ସେରେଣ୍ଡା ୟଙ୍ଗ ମାର୍ଶ ତରଫରୁ ସମସ୍ତ ସହଯୋଗ କରିଥିଲେ। ଏହି ଖେଳ ରେ ଫୁଟବଲ କ୍ରିକେଟ, ଝୋଟି,ମିଉଜିକ ଚେୟାର, ପ୍ରଭୁତ ଖେଳ ହୋଇଥିଲା।ଏହି ଖେଳରେ ଯେଉଁମାନେ ପ୍ରଥମ, ହୋଇଥିଲେ ସେମାନଙ୍କୁ ପୁରସ୍କୃତ କରାଯାଇଛି।ବଡ଼ବିଲ ରୁ ଡ଼ିମ୍ପଲ ସାଣ୍ଡିଲ ରିପୋର୍ଟ।