ଭାରତରେ ପହଞ୍ôଚଲା ପ୍ରଥମ ଇଏକ୍ସ ଭାରିଆଣ୍ଟ

ମୁମ୍ବାଇ : ଭାରତରେ ପହଞ୍ôଚଲା ପ୍ରଥମ ଓମକ୍ରିନ ଭୂତାଣୁର ଇଏକ୍ସ ଭାରିଆଣ୍ଟ । ମୁମ୍ବାଇର ଜଣେ ବ୍ୟକ୍ତିଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ଯେ, ୩୭୬ଟି ନମୁନା ମଧ୍ୟରୁ ଗୋଟିଏ ନମୁନା ଇଏକ୍ସ ପଜିଟିଭ ଚିହ୍ନଟ ହୋଇଛି । ସେହିପରି କାପା ଭାରିଆଣ୍ଟର ମଧ୍ୟ ଗୋଟିଏ ମାମଲା ଚିହ୍ନଟ ହୋଇଛି । ସୂଚନାଯୋଗ୍ୟ ଯେ ବ୍ରିଟେନରେ ପ୍ରଥମକରି ଚିହ୍ନଟ ହୋଇଥିବା ଓମିକ୍ରନ ଇଏକ୍ସ ଓମିକ୍ରନର ଦୁଇଟି ଭାରିଆଣ୍ଟ ମିଶ୍ରଣରୁ ଏହା ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ୱରେ ଖୁବ କମ୍‌ ଏକ୍ସଇ ମାମଲା ଦେଖାଦେଇଛି । ଅନ୍ୟପକ୍ଷରେ ଏହା ଓମିକ୍ରନର ସବୁ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ବୋଲି ଡବ୍ଲ୍ୟୁଏଚଓ କହିଛି ।