ଆଳୁ ପିଆଜ ବିକୁଥିଲେ, ଆଜି ଜିଏସଟି ଅଧିକାରୀ

ନୂଆଦିଲ୍ଲୀ: ଦିନେ ବାପାଙ୍କ ପରିବା ଦୋକାନରେ ବସି ଆଳୁ ପିଆଜ ବିକୁଥିଲେ ।  ଭାଗ୍ୟଦେବୀଙ୍କ କୃପାରୁ ସେ ଆଜି ଜିଏସଟି ଅଧିକାରୀ ହୋଇଛନ୍ତି । ଅଭାବ ଭିତରେ ରହି ପ୍ରତିଭା  ତା’ ପାଇଁ ବାଟ ତିଆରି କରିପାରିଛି । ଛତିଶଗଡ଼ର ପରିବା ବିକାଳିଙ୍କ ପୁଅ ତାହା ପ୍ରମାଣିତ କରିଛନ୍ତି ।

ଦିନରେ ବାପାଙ୍କ ସହିତ ଦୋକାନରେ ପରିବା ବିକୁଥିବା ପୁଅ ବବଲୁ ଗୁପ୍ତା      କଠିନ ପରିଶ୍ରମ ବଳରେ ଜିଏସଟି ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ସୀତାମଢ଼ି ନିବାସୀ ବବଲୁ  । ଗୁପ୍ତା କୌଣସି ମହଙ୍ଗା କୋଚିଂ ନେଉ ନଥିଲେ କି ଗଳାବାଟକୁ ବ୍ୟବହାର କରି ନଥିଲେ

ତାଙ୍କ ବାପା ସନ୍ତୋଷ ଗୁପ୍ତା ଆଳୁ ପିଆଜ ବିକି ପରିବାର   ପ୍ରତିପୋଷଣ କରନ୍ତି । ଆଇଏଏସ ହେବାର ଆଶା ରଖିଛନ୍ତି । ଏଇଟା ତାଙ୍କର ପ୍ରଥମ ଉଦ୍ୟମ । ୨୫ ବର୍ଷୀୟ ବବଲୁ ଚାହିଁଲେ ଆଇଏଏସ୍‌ ଅଧିକାରୀ ହୋଇପାରନ୍ତି ।