ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀ ଏଲୋନ୍ ମସ୍କଙ୍କ ବୈଠକ

ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କ ଠାରେ ବୈଷୟିକ ଅଗ୍ରଦୂତ, ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟେସଲା ଆଇଏନସି ଏବଂ ସ୍ପେସ୍ ଏକ୍ସର ସିଇଓ; ସିଟିଓର ମାଲିକ ଏବଂ ଟୁଇଟର ର ଅଧ୍ୟକ୍ଷ, ବୋରିଂ କମ୍ପାନୀ ଏବଂ ଏକ୍ସ-କର୍ପର ପ୍ରତିଷ୍ଠାତା; ନ୍ୟୁରୋଲିଙ୍କ୍‍ ଏବଂ ଓପନଏଆଇର ସହ ପ୍ରତିଷ୍ଠାତା ଶ୍ରୀ ଏଲୋନ୍ ମସ୍କଙ୍କୁ ଭେଟିଛନ୍ତି ।

ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳକୁ ସୁଗମ ତଥା ସୁଲଭ କରିବା ପାଇଁ ଶ୍ରୀ ମସ୍କଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବୈଦ୍ୟୁତିକ ଗତିଶୀଳତା ଏବଂ ବ୍ୟବସାୟିକ ମହାକାଶ କ୍ଷେତ୍ରକୁ ଶୀଘ୍ର ବିସ୍ତାର କରିବା ପାଇଁ ଭାରତରେ ସୁଯୋଗ ଅନୁସନ୍ଧାନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମସ୍କଙ୍କୁ ଆମନ୍ତ୍ରଣ କରିଥିଲେ ।