ଗୋଟିଏ ମାଡ଼ରେ ନଡ଼ିଆ ଭାଙ୍ଗିଲେ ବିଧାନସଭା ଦଖଲ ସୁନିଶ୍ଚିତ

Break a coconut in one go

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଗଲା । ମାତ୍ର ବିଜେପି ମୁଖିଆ ଜେପି ନଡ୍ଡାଙ୍କ ଗସ୍ତ ନିଶ୍ଚିତ ହୋଇଛି । ଗୁରୁବାର ସକାଳେ ଓଡ଼ିଶାରେ ପାଦ ଦେବେ ନଡ୍ଡା । ଜନସଭାରେ ଯୋଗଦାନ କରି ବିଜେପିର ଓଡ଼ିଶା ବିଧାନସଭା ଓ ଲୋକସଭା ଦଖଲ ଅଭିଯାନର ଶୁଭ ନଡ଼ିଆ ପିଟିବେ ।
ନଡ୍ଡାଙ୍କର ଗୋଟିଏ ମାଡ଼ରେ ନଡ଼ିଆ ଭାଙ୍ଗିଲେ, ରାଜ୍ୟ ବିିିଜେପିର ବିଧାନସଭା ଦଖଲ ସୁନିଶ୍ଚିତ ବୋଲି କୁହାଯାଉଛି । କଥାଟା ଟିକେ ଅଡୁଆ ଲାଗୁଛି ନା?

ଏହାର ସଠିକ ଜବାବ ପୃଥ୍ୱୀରାଜ ହରିଚନ୍ଦନ ଦେଇପାରିବେ । ଓଡ଼ିଶାର ଜଣେ କେହି ବିଖ୍ୟାତ ଜ୍ୟୋତିଷ ତାଙ୍କୁ ବିଜେପିର ଭବିଷ୍ୟବାଣୀ କରିଛନ୍ତି । ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଟିବେ । ଲୋକସଭାରେ ବିଜେପିକୁ ୩୦୦ରୁ କମ୍‌ ଆସନ ମିଳିବ ।
୨୦୦୯ ପରଠାରୁ ରାଜ୍ୟ ବିଜେପି ଯୋଉ ହିନସ୍ତା ଭୋଗୁଛି ତାହା ଓଡ଼ିଶାବାସୀ ଦେଖୁଛନ୍ତି । ବିଜେଡି ସହ ମେଂଟ କରି ବିଜେପି ଦୁୁଇପାଳି ଭାଗୁଆଳି ଶାସନ କରିଛି । ସାରା ଦେଶରେ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ କାମ କରିଥିବା ବେଳେ ଓଡ଼ିଶାରେ ନବୀନ ମ୍ୟାଜିକ କାମ କରୁଛି ।

ମୋଦିଙ୍କର ସବୁ ବାଣକୁ ନବୀନଙ୍କ ଟଙ୍କାକରେ କିଲେ ଚାଉଳ ଧୂଳିସାତ କରିଦେଉଛି । ନିକମା ଭୋଟରଙ୍କୁ ନବୀନ ପଟ୍ଟନାୟକ ସାହା । ରାଜ୍ୟ ବିଜେପି ଭଲ ଭାବରେ ଜାଣିଛି, ଓଡ଼ିଶାର ଲୋକଙ୍କୁ ପଖାଳ କଂସାକୁ ଗିନାଏ କେନାଲ ଶାଗ ଭାରି ଭଲ ଲାଗେ । ପଂଚତାରକା ହୋଟେଲର ସୁଆଦିଆ ଖାନା ସେମାନେ ହଜମ କରି ପାରିବେନି ।