ମା’ ହେଲେ ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ

କୋଲକାତା: ମା’ ହେଲେ ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ବୁଧବାର ଦିନ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ସକାଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ନୁସରତ ଗୁରୁବାର ସକାଳୁ ହସ୍ପିଟାଲରୁ ଏକ ଫଟୋ ସେୟାର କରିଥିଲେ ଓ ନିଜ ପାଇଁ ସକାରାତ୍ମକ କଥା କହିଥିଲେ। ହସ୍ପିଟାଲ ସୂତ୍ର ଅନୁଯାୟୀ ମା’-ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଶିଶୁର ଓଜନ ୨.୯ କିଲୋଗ୍ରାମ ଅଛି। ଡାକ୍ତର ଉଭୟ ମା’ ଓ ଶିଶୁର ଯତ୍ନ ନେଉଛନ୍ତି। ଖୁବ ଶୀଘ୍ର ତାଙ୍କୁ କ୍ୟାବିନକୁ ସ୍ଥାନାନ୍ତର କରାଯିବ।