ବଲାଙ୍ଗୀରରେ ୩ ମାସ ଶିଶୁର କରୋନାରେ ମୃତ୍ୟୁ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): କରୋନାରେ ୩ ମାସ ଶିଶୁର ମୃତ୍ୟୁ । ମୃତ ଶିଶୁ କନ୍ୟା ବଲାଙ୍ଗୀର ଜିଲ୍ଲାର ବୋଲି ସୂଚନା ମିଳିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।ସେପଟେ ବାଲେଶ୍ବରରେ ୪ ନବଜାତ ଶିଶୁଙ୍କ ସମେତ ୧୦ ଶିଶୁ କରୋନା ପଜିଟିଭ୍ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଶିଶୁଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୧ରୁ ୨୭ ଦିନ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ସେହିପରି ୧ ବର୍ଷ ମଧ୍ୟରେ ୩ ଜଣ ଏବଂ ୧୦ ବର୍ଷ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ଏନେଇ ସଡିଏମଓ ଦୁଲାଲ ସେନ ଜଗଦେବ ସୂଚନା ଦେଇଛନ୍ତି ।